ରାଜନୀତିରାଜ୍ୟ

ରାଜ୍ୟସଭା ଯିବେ ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି , ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା ଆରମ୍ଭ ହୋଇଛି I

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ରାଜ୍ୟସଭା ଯିବେ ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି , ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା ଆରମ୍ଭ ହୋଇଛି I ଗତ ନିର୍ବାଚନରେ ପ୍ରାଥୀ ହୋଇନଥିବା ଅନୁଭବଙ୍କୁ ବିଜେପି ରାଜ୍ୟସଭା ପଠାଇବା ନେଇ ଚିନ୍ତା କରୁଥିବା ଜଣା ପଡୁଛି I 

ନୂଆ ବର୍ଷରେ ଯେ କୌଣସି ମୁହୁର୍ତରେ ଏସମ୍ପର୍କରେ ଘୋଷଣା ହୋଇପାରେ ବୋଲି ଚର୍ଚା ହେଉଛି , ଗଲା କିଛି ବର୍ଷ ହେଲା ଚର୍ଚାରେ ରହିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି , ବର୍ଷା ଅନୁଭବ ଯୋଡି ସବୁଠି ଚର୍ଚାରେ ଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ଛାଡପତ୍ର ଘଟଣା ବିବାଦୀୟ ହୋଇଥିଲା I ଜୀବନରେ ବହୁତ ସୁପରହିଟ ସିନେମା ଭେଟି ଦେଇଛନ୍ତି ଅନୁଭବ ୨୦୧୩ ଏପ୍ରିଲ ୨୭ ରୁ ସେ ବିଜେଡିରେ ଯୋଗ ଦେଇଥିଲେ ପରେ ଦଳ ତାଙ୍କୁ ୨୦୧୪ ରେ ରାଜ୍ୟସଭା ପଠାଇଥିଲା ୨୦୧୯ ନିର୍ବାଚନରେ ସେ ଲଢ଼ିଥିଲେ କେନ୍ଦ୍ରାପଡା ରୁ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦେଢ଼ ଲକ୍ଷରୁ ଅଧିକ ଭୋଟ ରେ ହରାଇ ସେ ଲୋକସଭା ଯାଇଥିଲେ କିନ୍ତୁ ଏହାର ଗୋଟିଏ ବର୍ଷ ପରେ ବିଜେଡି ତାଙ୍କୁ କଣଠେସା କରିବା ଆରମ୍ଭ କରିଦେଇଥିଲା ଯାହା ଫଳରେ କେବଳ ୧୧ ବର୍ଷ ଦଳରେ ରହି ବିଜେଡି ଛାଡିବାକୁ ବାଧ୍ୟ ହୋଇଥିଲେ ଅନୁଭବ I ଏପ୍ରିଲ ପହିଲା ୨୦୨୪ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଅନୁଭବ I


୨୦୨୪ ନିର୍ବାଚନରେ ବିଜେପିରୁ ଟିକେଟ ପାଇନଥିଲେ ମଧ୍ୟ ତଥାପି ଦଳ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ , ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିବାରୁ ଅନୁଭବଙ୍କ ରାଜନୀତି କ୍ୟାରିଅରକୁ ନେଇ ଫ୍ୟାନମାନଙ୍କ ମହଲରେ ଚର୍ଚା ହେଉଛି I ନିକଟରେ ତାଙ୍କ ସିନେମା କର୍ମ ସୁପରହିଟ ହେବା ସହ ପ୍ରେକ୍ଷାଳରେ ୫୦ଦିନ ସହ ୭ କୋଟିର ନୂଆ ରେକର୍ଡ କରିଛି ଅନୁଭବଙ୍କ ଅଭିନୀତ ସିନେମା କର୍ମ I ତେଣୁ ଓଡିଶା କାହିଁକି ଓଡିଶା ବାହାରେ ମଧ୍ୟ ତାଂକ ଫ୍ୟାନ କ୍ରେଜ ବଢିଛି I ନିର୍ବାଚନରେ ଦଳ ପାଇଁ ନିଷ୍ଠା ଓ ପରିଶ୍ରମ ପାଇଁ ବିଜେପି ଖୁବ ଶୀଘ୍ର ଅନୁଭବଙ୍କୁ ପୁରସ୍କୃତ ଦେବାକୁ ଯାଉଛି I

ସେ ପୂର୍ବରୁ ରାଜ୍ୟସଭା ସାଂସଦ ସହ ଲୋକସଭା ସାଂସଦ ରହିସାରିଛନ୍ତି ଉଭୟ ଗୃହର କାମ କରିବାର ଅଭିଜ୍ଞାତା ତାଙ୍କର ଆଗରୁ ଅଛି ତେଣୁ ତାଙ୍କୁ ରାଜ୍ୟସଭା ପଠାଇବାରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ I ନୂଆବର୍ଷପରେ ଖାଲିହେବାକୁଥିବା ରାଜ୍ୟସଭା ସାଂସଦ ପଦରେ ଅନୁଭବଙ୍କୁ ଦଳ ଦିଲ୍ଲୀ ପଠାଇବାକୁ ଯୋଜନା କରୁଥିବା ଚର୍ଚା ଜୋର ଧରିଛି I 

Related posts

ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ

Star Odisha News

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Star Odisha News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ

Star Odisha News

Leave a Comment