ଅପରାଧଜୀବନଚର୍ଯ୍ୟା

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଏଣିକି ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରିଛନ୍ତି ସରକାର । ସଂସଦରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ସର୍ବନିମ୍ନ ବୟସ ୧୬ ରଖିଛନ୍ତି ସରକାର । ତେବେ ଆସନ୍ତାବର୍ଷରୁ ଏହି ନିୟମ ଲାଗୁ କରାଯିବ । ସଂସଦରେ ସୋସିଆଲ ମିଡିଆ ମିନିମମ୍ ଏଜ୍ ବିଲ୍ କୁ ମଞ୍ଜୁରୀ ମିଳିଛି । ତେବେ ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ବଡ଼ ଆମାଉର୍ଟର ଜରିମାନା ଲାଗୁ କରାଯିବ ବୋଲି ସରକାର ସତର୍କ କରାଇଛନ୍ତି ।

ସୂଚନା ଅନୁସାରେ, ‘ଦ ସୋସିଆଲ ମିଡିଆ ମିନିମମ୍ ଏଜ୍’ ବିଲକୁ ମଞ୍ଜୁରୀ ଦେଇଛନ୍ତି ଅଷ୍ଟ୍ରେଲିଆ ସଂସଦ ସିନେଟ୍ । ୩୪-୧୯ ମତରେ ପାରିତ ହୋଇଥିବା ଏହି ବିଲ୍ କୁ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ୧୦୨-୧୩ ବହୁମତ ସହିତ ପାରିତ ହୋଇଛି । ଏହି ନିୟମ ଅନୁସାରେ, ଯଦି ୧୬ ବର୍ଷରୁ କମ୍ ବୟସର ପିଲା ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ସାଇଟରେ ଆକାଉଣ୍ଟ କ୍ରିଏଟ୍ କରୁଛନ୍ତି, ତେବେ ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ହିଁ ଦାୟୀ ରହିବେ । ପିଲାମାନଙ୍କୁ ଆକାଉଣ୍ଟ କ୍ରିକେଟ କରିବାରୁ ରୋକିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ଏବଂ ନିୟମର ପାଳନ ନ କରିବା ପ୍ଲାଟଫର୍ମ ଉପରେ ୫ କୋଟି ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜରିମାନା ଲାଗୁ ହେବା ନେଇ ନିୟମ କରାଯାଇଛି ।

ଏହି ନିୟମ ଲାଗୁ କରିବା ସହ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିଛି । ଆସନ୍ତା ନୂଆବର୍ଷରୁ ଏହି ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁସାରେ ଟେକ୍ କମ୍ପାନୀ ମାନଙ୍କୁ ନିଜ ପ୍ଲାଟଫର୍ମରେ ପିଲାମାନଙ୍କୁ ଲଗ୍ ଇନ୍ କରିବାରୁ ରୋକିବା ପାଇଁ ଉଚିତ୍ ବ୍ୟବସ୍ଥା କରିବାକୁ ହେବ । ତେବେ ଏହି ବ୍ୟବସ୍ଥା କରିବା ପାଇଁ ସମସ୍ତ ଟେକ୍ କମ୍ପାନୀକୁ ୧ ବର୍ଷର ସମୟ ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର । ତେବେ ୟୁଟ୍ୟୁବ୍, ହ୍ୱାଟ୍ସଆପ୍ ଏବଂ ଗୁଗଲ କ୍ଲାସରୁମ ଇତ୍ୟାଦି ପ୍ଲାଟଫର୍ମକୁ ଏହି ନିୟମରୁ ବାଦ୍ ଦିଆଯାଇଛି ।

Related posts

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

Star Odisha News

ପାହାଡ଼ ଉପରେ ବେଆଇନୀ ଭାବେ ପଥର କାଟୁଥିବା ବେଳେ ପୋଲିସ ର ଚଢ଼ାଉ, ସାମଗ୍ରୀ ସହିତ 10 ଅଟକ

Star Odisha News

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

Star Odisha News

Leave a Comment