ମନୋରଞ୍ଜନ

ଇନଷ୍ଟାଗ୍ରାମରେ କେବଳ ଜଣଙ୍କୁ ଫଲୋ କରିଛନ୍ତି ଐଶ୍ୱର୍ଯ୍ୟା ରାୟ । ଜାଣନ୍ତୁ ୟୁଜର ଜଣଙ୍କ କିଏ ?

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଶେକ ବଚ୍ଚନଙ୍କ ବିବାହ ବିଚ୍ଛେଦ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆରେ ଏହି ବି-ଟାଉନ  କପଲଙ୍କ ବୈବାହିକ ସମ୍ପର୍କ ଠିକଠାକ୍ ଚାଲିନଥିବା ନେଇ ନେଟିଜେନ୍ସ ବେଶ୍ ଚର୍ଚ୍ଚା କରୁଛନ୍ତି । ଏଥିସହିତ ଅଭିଶେକ ବଚ୍ଚନଙ୍କ ସହ ଅଭିନେତ୍ରୀ ନିମ୍ରତ କୌରଙ୍କ ନାମ ଯୋଡ଼ା ହେଉଛି ।  କିନ୍ତୁ ଅଭିଶେକ କିମ୍ବା ଐଶ ଏନେଇ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଉଭୟ ଅନେକ ଦିନ ହେଲା ଅଲଗା ଅଲଗା ରହୁଥିବା ଦେଖିବାକୁ ମିଳିଛି । 

ଐଶ୍ୱର୍ୟ୍ୟା ରାୟଙ୍କ କୋଟିକୋଟି ଫ୍ୟାନ୍ସ ।  ତାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ଏବେ ୧୪.୩  ମିଲିୟନ ।  କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ଯେ,  ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ କେବଳ ଜଣଙ୍କୁ ହିଁ ଫଲୋ କରିଛନ୍ତି ।  ଆଉ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କ ସ୍ୱାମୀ ଅଭିଶେକ ବଚ୍ଚନ । ତେବେ ବିବାହ ବିଚ୍ଛେଦ ଖବର ମଧ୍ୟରେ ଏହି ଖବର କପଲଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଠିକ୍ ଥିବା ସୂଚାଉଛି । ଏବେ ବି ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କ ସମ୍ପର୍କ ମଧୁର ଅଛି ବୋଲି ଅନୁମାନ କରାଯାଉଛି । 

ଏଠି କହିରଖୁଛୁ ଯେ, ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କ ବିବାହ ଗତ ୨୦୦୭ ମସିହାରେ ହୋଇଥିଲା । ଏହାପରେ ଉଭୟଙ୍କ ଝିଅ ଆରାଧ୍ୟା ୨୦୧୧ ନଭେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଛାଡପତ୍ରକୁ ନେଇ ଚାଲିଥିବା ଗୁଜବ, ଗୁଜବ  ହିଁ ରହୁ ଏବଂ ଦୁଇ ଜଣଙ୍କ ସମ୍ପର୍କରେ  ମଧୁରତା ଭରି ରହୁ ବୋଲି ଫ୍ୟାନ୍ସ କାମନା କରିଛନ୍ତି ।  

Related posts

ପରଲୋକରେ ଲୋକପ୍ରିୟ ମଲୟାଲମ ଅଭିନେତା ମେଘନାଥନ

Star Odisha News

ହଜାରେ କୋଟି କ୍ଲବ୍‌ରେ ‘ପୁଷ୍ପା

Star Odisha News

ଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ

Star Odisha News

Leave a Comment