ଅପରାଧ

ଓଡ଼ିଶାରେ ଝାଡ଼ଖଣ୍ଡ ଚେନ ଲୁଟେରା

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ରାଜଧାନୀରେ ଚେନ୍ ଝାମ୍ପିବା ବେଳେ ସ୍କୁଟିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୪ ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଝାଡଖଣ୍ଡର ବିଧାତା ତନ୍ତୁ ବାଇକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବା ସହ ବହୁ ତଥ୍ୟ ହାସଲ କରିଛି ପୁଲିସ। ଝାଡଖଣ୍ଡରୁ ତଡିପାର ଏହି ଅପରାଧୀ ପ୍ରାୟ ୪୦୦ କିଲୋମିଟର ବାଇକ ଚଳାଇ କେମିତି ଲୁଟପାଟ କରେ ।

ସେଦିନ ଥିଲା ୧୩ ନଭେମ୍ୱର ୨୦୨୪ ସ୍ଥାନ ଏୟାରଫିଲ୍ଡ ଥାନା ଅଧିନ ଲବଣଗିରି ଛକ ସମୟ ପ୍ରାୟ ଗୋଟାଏରୁ ସାଢେ ଗୋଟାଏ। ୟୁ.ବିଷ୍ନୁ ପାତ୍ର ନାମକ ଏହି ମହିଳା ତାଙ୍କ ସ୍ୱାମୀଙ୍କ ସହ ଶିବ ମନ୍ଦିରକୁ ଯାଉଥିଲେ। ଦେଖନ୍ତୁ ସୁନା ଚେନ୍ ଦେଖିବା ପରେ ଏହି ଦୁଇ ଅଭିୟୁକ୍ତ କେମିତି ସାଙ୍ଗେ ସାଙ୍ଗେ ମଣିଷରୁ ରାକ୍ଷାଷ ପାଲଟି ଯାଇଥିଲେ। ସୁନା ଝାମ୍ପିବା ପାଇଁ ଦମ୍ପତିଙ୍କ ପିଛା କରିଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ପିଛା କରିବା ପରେ, ବେକରୁ ଚେନ୍ ଝାମ୍ପିଥିଲେ। ଆଉ ଚେନ୍ ଝାମ୍ପି ଖୁବ ସ୍ପିଡରେ ଚମ୍ପଟ ମାରିଥିଲେ। ଆଉ ବିଷ୍ନୁ ଗାଡିରୁ ପଡି ହସ୍ପିଟାଲ ବେଡରେ ତିନି ଦିନ ଧରି ସଂଘର୍ଷ କରିବା ପରେ ମୃତ୍ୟୁ ବରଣ କରିଥିଲେ।

ଅପରାଧୀ ଜଣକୁ ପୂର୍ବରୁ ଝାଡଖଣ୍ଡ ପୁଲିସ ଏନକାଉଁଟର କରିଥିଲା। ତା ପେଟରେ ଗୋଟିଏ ଗୁଳି ଏବେବି ଲାଗିକି ରହିଛି। ପୁଲିସ ଏହି ଅଭିଯୁକ୍ତକୁ ତଡିପାର କରିଥିବାରୁ ସେ ରାଜ୍ୟର ବିଭିନ୍ନ ଗଳିକନ୍ଦି ବୁଲି କ୍ରାଇମ କରୁଛି। ପ୍ରାୟ ୪୦୦ କିଲୋମିଟର ଦୁରରୁ ଆସି ରାଜଧାନୀରୁ ଲୁଟ କରି ପୁଣି ଝାଡଖଣ୍ଡ ଫେରିଯାଥିଲା।  ହତ୍ୟାକାରୀ ଅଭିଯୁକ୍ତକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୁଲିସ। ଲିଫ୍ଟ ଅପରେଟର ଭାବେ ଏହି ଘରେ ରହି ଚଳାଉଥିଲେ କ୍ରାଇମ ସିଣ୍ଡିକେଟ୍। ଏହି ଜାଗାରୁ ହିଁ ପ୍ରସ୍ତୁତ ହେଉଥିଲା ବ୍ଲୁ ପ୍ରିଣ୍ଟ। ଏଥିସହ ଅପରାଧ ଘଟାଇବା ପରେ, ବାଇକ ଟିକୁ ରେଳ ଷ୍ଟେସନ ପଛପଟେ ଛାଡି ଫେରାର ହୋଇଯାଇଥିଲା।

 

Related posts

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର

Star Odisha News

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

Star Odisha News

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

Star Odisha News

Leave a Comment