ଟେକ୍ନୋଲୋଜିବାଣିଜ୍ୟ

ଓଡ଼ିଶାରେ ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ, ସିଙ୍ଗାପୁରରୁ ଫେରିବା ପରେ ଶିଳ୍ପମନ୍ତ୍ରୀଙ୍କ ବଡ଼ ସୂଚନା

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଓଡ଼ିଶାରେ ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ। ସିଙ୍ଗାପୁରରୁ ଫେରିବା ପରେ ବଡ଼ ସୂଚନା ଦେଲେ ଶିଳ୍ପମନ୍ତ୍ରୀ। କହିଛନ୍ତି, ଗୋଟିଏ ସ୍ଥାନରେ ତୈଳ ବିଶୋଧନାଗାର ସହିତ ଏହାର ଆନସିଲାରୀ ଶିଳ୍ପ ଖାରଖାନା ପ୍ରତିଷ୍ଠା ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କର ମଧ୍ୟ ସହମତି ରହିଛି । ସିଙ୍ଗାପୁର ସହଭାଗିତାରେ ପାରାଦୀପରେ ପେଟ୍ରୋକେମିକାଲ୍ସ କମ୍ପେକ୍ସ ପ୍ରତିଷ୍ଠା ପାଇଁ ଯୋଜନା କରିଛନ୍ତି ସରକାର । ଖାଲି ସେତିକି ନୁହେଁ, ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ସରକାର ଆଗ୍ରହୀ ।

ପାରାଦୀପରେ ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ। ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲ୍ସ ଶୈଳିରେ ହେବ ନିର୍ମାଣ। ସିଙ୍ଗାପୁର ଗସ୍ତରୁ ଫେରିବା ପରେ ବଡ଼ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ସେ କହିଛନ୍ତି, ପେଟ୍ରୋ କେମିକଲସ ନିର୍ମାଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁବିଧା ରହିଛି, ଏଥିରେ କେନ୍ଦ୍ର ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି। ତେଣୁ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଗକୁ ବଢ଼ିବେ ରାଜ୍ୟ ସରକାର। ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିବେଶକଙ୍କ ଭରସା ବଢୁଛି। ଓଡ଼ିଶା ଆସିବା ପାଇଁ ବଡ଼ ବଡ଼ ନିବେଶକ ମାନେ ମନବଳାଉଛନ୍ତି। ସିଙ୍ଗାପୁର ଗସ୍ତ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଛି। ଆଗାମୀ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ ଓଡ଼ିଶା ସମ୍ମିଳନୀରେ ସିଙ୍ଗାପୁରର ବଡ ବଡ ନିବେଶକ ସାମିଲ ହେବେ ବୋଲି ସେ କହିଛନ୍ତି ।

ତେବେ କଣ ଏହି ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ? କିଭଳି ଏହା କାର୍ଯ୍ୟ କରିଥାଏ । ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ହେଉଛି, ଗୋଟିଏ ସ୍ଥାନରେ ଅନେକ ପେଟ୍ରୋଲିୟମ ଶିଳ୍ପ ପ୍ରତିଷ୍ଠା କରିବା। ଆଉ ଗୋଟିଏ କ୍ୟାମ୍ପସରୁ ଭିନ୍ନ ଭିନ୍ନ ପେଟ୍ରୋଲିୟମ ପଦାର୍ଥ ଉତ୍ପାଦନ କରିବା। ଯେମିତି କି ତୈଳ ବିଶୋଧନାଗାର ସହି ଏଲପିଜି, ରବର ଓ ପ୍ଲାଷ୍ଟିକ ତିଆରି କାରଖାନା ଗୋଟିଏ ଜାଗାରେ ବସାଇବା । ଆଗାମୀ ଦିନରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ବି ବ୍ୟାପକ କରାଯିବ। ସେମିକଣ୍ଡକ୍ଟର କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଛନ୍ତି । ସିଙ୍ଗାପୁର ସହ ସହଭାଗିତା ବୃଦ୍ଧି ପାଇଁ ସରକାର ଯୋଜନା କରିଛନ୍ତି। ପ୍ରଶିକ୍ଷକ ଯୁବକ ଯୁବତୀ ଆବଶ୍ୟକ ଥିବାରୁ ଏନେଇ ସିଙ୍ଗାପୁରର ପ୍ରତିଷ୍ଠିତ ଦକ୍ଷତା ବିକାଶ ଅନୁଷ୍ଠାନ ଆଇଟିଇଇଏସ ଆଲୋଚନା ହୋଇଛି । ବିଶ୍ଵ ଦକ୍ଷତା ବିକାଶ କେନ୍ଦ୍ରକୁ ସମ୍ପ୍ରସାରଣ କରାଯିବ ।

 

 

Related posts

ଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇ

Star Odisha News

‘ଓଡିଆ ପାର୍ବ ୨୦୨୪’ ଉଦଯାପନୀ ସମାରୋହରେ ଯୋଗଦେଲେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Star Odisha News

ହଜାରେ କୋଟି କ୍ଲବ୍‌ରେ ‘ପୁଷ୍ପା

Star Odisha News

Leave a Comment