ମନୋରଞ୍ଜନ

୨୯ ବର୍ଷ ପରେ ପରସ୍ପରଠାରୁ ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା ବାନୁ

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ୨୯ ବର୍ଷ ପରେ ଏ. ଆର୍. ରେହମାନ୍ ଓ ସାଇରା ବାନୁଙ୍କ ମଧ୍ୟରେ ବିଚ୍ଛେଦ ହେଲା ? କାହିଁକି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ବ୍ୟବଧାନ ବଢ଼ି ବଢ଼ି ଚାଲିଲା ? କାହିଁକି ସମ୍ପର୍କର ବ୍ୟବଧାନ କମ କରିବାକୁ ରେହମାନ୍ କିମ୍ବା ସାଇରା ବାନୁ ମଧ୍ୟରେ ବୁଝାମଣା ରହିଲା ନାହିଁ ? ସ୍ବାମୀ-ସ୍ତ୍ରୀ ସମ୍ପର୍କର ସବୁ ଗୁମର ଖୋଲି ସାରିବା ପରେ କାହିଁକି ପ୍ରାଇଭେସିକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ରେହମାନ୍ ଓ ସାଇରା ? ରେହମାନ୍ ଓ ସାଇରାଙ୍କ ବିଚ୍ଛେଦ ଘୋଷଣାର କେଇ ଘଣ୍ଟା ପରେ ରେହମାନଙ୍କ ଟ୍ରୁପର ଗୀତାର ବାଦକ ମୋହିନୀ ଦେ ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବେ ବୋଲି ଘୋଷଣା କରିଛନ୍ତି । କଣ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ସେ ପଶିଯାଇ ଅଡୁଆ ସୃଷ୍ଟି କରିଛନ୍ତି କି !

ସ୍ବରକୁ ନେଇ ସେ ତାଙ୍କ ପ୍ରେମରେ ପଡ଼ିଥିଲେ… ୧୯୯୫ରେ ଦୁହିଁଙ୍କର ବିବାହ ହୋଇଥିଲା । ୨୯ ବର୍ଷରୁ ଅଧିକ ସମୟ ସ୍ବାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ ଆବଦ୍ଧ ହୋଇ ରହିଲେ । ୨ଟି ଝିଅ ଓ ଗୋଟେ ପୁଅ ଅଛନ୍ତି । ପିଲାମାନେ ମଧ୍ୟ ବଡ଼ ହୋଇଗଲେଣି । ହେଲେ ୨୯ ବର୍ଷ ପରେ… ଯେଉଁ ସ୍ବର ଦିନେ ସେମାନଙ୍କ ଜୀବନକୁ… ସେମାନଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଥିଲା, ଆଜି ସେ ଜୀବନ, ସେ ସମ୍ପର୍କ ବେସୁରା ହୋଇଯାଇଛି । ଗ୍ରାଣ୍ଡ ଥାର୍ଟି ବିବାହ ବାର୍ଷିକୀ ପାଳନ ପୂର୍ବରୁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ଓସ୍କାର୍ ବିଜେତା ଗାୟକ ତଥା ସଙ୍ଗୀତଜ୍ଞ ଏ. ଆର୍. ରେହମାନ୍ । ଯେଉଁ ସାଇରା ବାନୁଙ୍କୁ ଦିନେ ସେ ନିଜ ସୁଲଳିତ ସ୍ବରରେ ନିଜର କରି ଦେଇଥିଲେ, ଏବେ ତାଙ୍କୁ ପର କରି ଦେଇଛନ୍ତି । ସାଇରା ଏବେ, ରେହମାନଙ୍କ ପୂର୍ବତନ ସ୍ତ୍ରୀ ।

 

Related posts

ପୁଷ୍ପା-୨ ପ୍ରିମିୟରରେ ଦଳାଚକଟା: ଭିଡରେ ମହିଳାଙ୍କ ମୃତ୍ୟୁ, ୯ବର୍ଷର ପୁଅ ଗୁରୁତର

Star Odisha News

ଓଡ଼ିଆ ଫିଲ୍ମ ‘ପରବ’ ପ୍ରି-ରିଲିଜ ଇଭେଣ୍ଟ; ଏହି ଦିନ ଭୁବନେଶ୍ୱର-ବେଙ୍ଗାଲୁରୁ-ଚେନ୍ନାଇରେ ହେବ ଧମାକା

Star Odisha News

ହଜାରେ କୋଟି କ୍ଲବ୍‌ରେ ‘ପୁଷ୍ପା

Star Odisha News

Leave a Comment