ଷ୍ଟାରଓଡିଶାନ୍ୟୁଜ (କଟକ) : ଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ।ବାଲିଯାତ୍ରା ପଡ଼ିଆର ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଲାଗି ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଲିଉଡ ର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଙ୍କ ଗୀତରେ ଦୁଲୁକି ଥିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ।
ବାଲିଯାତ୍ରା ର ପଞ୍ଚମ ଦିନରେ ସୋନୁ ନିଗମ ଙ୍କ ସଙ୍ଗୀତ ପରିବେଷଣ ଦେଖିବା ଲାଗି ଲକ୍ଷ ଲକ୍ଷ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୋନୁ ନିଗମ ଙ୍କ ଗୀତରେ ମଜି ଯାଇଥିଲେ ଦର୍ଶକ । ନିଜ ନିଜ ମୋବାଇଲ ରେ ସୋନୁ ନିଗମ ଙ୍କ ଗୀତକୁ ରେକର୍ଡ କରି ଐତିହାସିକ ବାଲିଯାତ୍ରା ର ସ୍ମୃତି କୁ ସାଉଁଟୁ ଥିଲେ।ସୋନୁ ନିଗମ ଗଣକବି ବୈଷ୍ଣବ ପାଣି ଙ୍କ ମଞ୍ଚ ରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ପରିବେଷଣ କରି ଚାଲିଥିଲେ।
ସୋନୁ ନିଗମଙ୍କ ଇଏ ଦିଲ ଦିୱାନା , ମେରି ସପନୋ କି ରାଣୀ କବ ଆଏଗି ତୁ, ଓ ମେରେ ଦିଲ କେ ଚେନ , ଜିନେ କେ ହେ ଚାର ଦିନ, ଅଲ ଇଜ ୱଏଲ ଗୀତରେ ଉଠିଥିଲା ପଡିଥିଲା ବାଲିଯାତ୍ରା ପଡିଆ।ଏହା ସହ ସୋନୁ ଙ୍କ ଓଡ଼ିଆ ଗୀତ ତୋ ଆଖି ମୋ ଆଇନା , ପୁଚୁକି ଗାଲି ଫେସନ ବାଲି ଓ ଓଡ଼ିଆ ଭଜନ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।