ଦେଶ ବିଦେଶବାଣିଜ୍ୟ

ଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇ

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : : ଗୁରୁବାର ପୁଣି ଥରେ ସେୟାର ବଜାରରେ ପତନ ଦେଖିବାକୁ ମିଳିଛି  । ସେନସେକ୍ସ- ନିଫ୍ଟି ପୁଣି ଥରେ ତଳକୁ ଖସିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଇଣ୍ଡେକ୍ସ ସେନସେକ୍ସ ଲାଲ ଖୋଲିଥିଲା । କିଛି ମିନଟ ମଧ୍ୟରେ ୪୦ ପଏଣ୍ଟ ହ୍ରାସ ହୋଇ ୭୭,୧୧୦ ସ୍ତରରେ ପହଞ୍ଚିଲା । ଏହା ସହିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଲିଫ୍ଟି ମଧ୍ୟ ୧୨୪ ପଏଣ୍ଟ ହ୍ରାସ ହୋଇ ୨୩,୩୮୩ ସ୍ତରକୁ ଖସି ଆସିଛି  । ବଜାରରେ କାରବାର ବୃଦ୍ଧି ସହିତ ଏହି ହ୍ରାସ ଦୃତ ଗତିରେ ବଢିବାରେ ଲାଗିଛି । ସେନସେକ୍ସ ୬୦୦ ପଏଣ୍ଟକୁ ହ୍ରାସ ପାଇଛି । ଏହି ସମୟରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଏକ ବଡ ହ୍ରାସ ଘଟିଛି ।  ଆମେରିକାର ଏକ ଖବର ପରେ ଆାଦାନୀଙ୍କ ସେୟାରରେ ଏହି ହ୍ରାସ ଘଟିଛି । ଯେଉଁଥିରେ ଆଦାନୀଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି ।

ଗୁରୁବାର ସେୟାର ବଜାରରେ ଏକ ବଡ ପତନ ଦେଖିବାକୁ ମିଳିଛି  । ବିଏସଇ ସେନସେକ୍ସ ୭୭,୧୧୦ ସ୍ତରରେ ୪୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇ କାରବାର କରୁଥିବା ବେଳେ ୨୩.୩୩୦ ସ୍ତରକୁ ଖସି ଆସିଛି । ମଙ୍ଗଳବାର ଦିନ ଷ୍ଟକ ମାର୍କେଟ ସବୁଜ ହୋଇଥିଲା । ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହୋଇଥିଲା । କିନ୍ତୁ ଶେଷ କାରବାର ସମୟରେ ଏହି ପ୍ରରମ୍ଭିକ ବୃଦ୍ଧିରେ ହଠାତ୍ ପତନ ଘଟିଥିଲା । ୨୩୯.୩୮ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୭୭୫୭୮.୩୮ ସ୍ତରରେ ବନ୍ଦ ହୋଇଥିଲା । ସେନସେକ୍ସ ଉଚ୍ଚ ସ୍ତରରୁ ୮୫୦ ପଏଣ୍ଟ ତଳକୁ ଖସିଥିଲା । ନିଫ୍ଟି ୨୩,୫୧୮.୫୦ ସ୍ତରରେ ରହିଲା । ସକଳରେ ୯.୪୦ ମିନଟରେ ଏହାର ପତନ ଆହୁରି ହୋଇଥିଲା । ବିଏସଇ ସେନସେକ୍ସ ୬୪୧.୬୧ କିମ୍ବା ୦.୮୩ ପ୍ରତିଶତ ହ୍ରାସ ସହିତ ୭୬୯୩୫.୭୭ ସ୍ତରରେ କାରବାର କରୁଥିବାର ଦେଖାଗଲା । ଗୁରୁବାର ଷ୍ଟକ ମାର୍ଗେଟ ସହିତ ହୋଇଥିବା ବିଶୃଙ୍ଖଳାରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ସେୟାରରେ ଅଧିକ ହ୍ରାସ ପାଇଛି । କିଛି ଷ୍ଟକ ୨୦ ପ୍ରତିଶତ ସ୍ତରକୁ ଖସି ଆସିଛି ।

ଗୌତମ ଆାଦୀଙ୍କ ସେୟାରରେ ହ୍ରାସ ହୋଇଥିବା କଥା ଆମେରିକାରୁ ଆସିଥିବା ଏକ ଖବରରୁ ଜଣାପଡିଛି ।  ଯେଉଁଥିରେ ଆଦାନୀ କମ୍ପାନୀ ବିରୁଦ୍ଧରେ ଚୁକ୍ତିନାମା ପାଇବା ପାଇଁ ମିଛ କହିବା ଓ ଲାଞ୍ଚ ଦେବା ଭଳି ଗୁରୁତର ଅଭିଯୋଗ ଆସିଛି । ଖବର ଅନୁଯାୟୀ, ଗୌତମ ଆଦାନୀ ୨୬୫ ନିୟୁତ ଡଲାର( ପ୍ରାୟ ୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଥିବା ଓ ତାଙ୍କ କମ୍ପାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ପାଇଁ ଆମେରିକାରେ ସୌର ଶକ୍ତି ପ୍ରକଳ୍ପ ପାଇଁ ଚୁକ୍ତିନାମା ପାଇବାକୁ ଲୁଚାଇଥିବା ଅଭିଯୋଗ ହୋଇଥିଲା ।

ବର୍ତ୍ତମାନ ଆଦାନୀ ଗ୍ରୀନର ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଆସିଛି । ଏଥିରେ କୁହାଯାଇଛି ଯେ, ଆମେରିକାର ନ୍ୟାୟ ବିଭାଗ ଏବଂ ଏସଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଓ ସାଗର ଆଦାନୀଙ୍କ ବିରୋଧରେ ନ୍ୟୁୟର୍କ ପୂର୍ବ ଜିଳ୍ଲାରେ ଆମେରିକା ଡିଷ୍ଟ୍ରିଟ୍ କୋର୍ଟରେ ଅଭିଯୋଗ କରିଛନ୍ତି । ସଦସ୍ୟ ଭିଟେନ ଜେନ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମର ସହାୟକ କମ୍ପାନୀଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ୟୁଏସଡି ନାମିତ ବର୍ଡ ଅଫର ସହିତ ଅଗ୍ରଗତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ଲୁମବର୍ଗ ଅନୁଯାୟୀ ଆମେରିକାର ଅଭିଯୋଗ ପରେ କମ୍ପାନୀଗୁଡିକ ୬୦୦ ମିଲିୟନ ଡଲାରର ବଣ୍ଡ ବାତିଲ କରିଛନ୍ତି । ଷ୍ଟକ ବଜାର ହ୍ରାସ ଫଳରେ ଖାଲି ଆଶନୀ ଗ୍ରୁପ ନୂହେଁ, ବହୁ ବଡ ବଡ କମ୍ପାନୀଙ୍କ ସେୟାର ମଧ୍ୟ ହ୍ରାସ ହୋଇଛି ।

Related posts

ମୋଦୀଙ୍କ ଫୋକସରେ ଓଡିଶା; ୩୦ ଦିନରେ ୩ ଥର ଆସିବେ ପ୍ରଧାନମନ୍ତ୍ରୀ

Star Odisha News

ଦେବେନ୍ଦ୍ର ଫଡନବୀସ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ : ବିଜେପି ନେତା

Star Odisha News

ଦେଶରେ ଆରମ୍ଭ ହେବ ‘ଜାତୀୟ ପ୍ରାକୃତିକ କୃଷି ମିଶନ’: ୨୪୮୧ କୋଟିର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

Star Odisha News

Leave a Comment